ସ୍ବାମୀ ପରିତ୍ୟକ୍ତ ଓ ନିର୍ଯ୍ୟାତିତ ମହିଳାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ
ମାନ୍ୟବର କୋର୍ଟଙ୍କ ଆଦେଶକୁ ପୁଲିସର ବେଖାତିର !
କେସିଙ୍ଗା,୯|୪(ଷ୍ଟାର ନିୟୁଜଓଡିଶା ): ବୈଦିକ ରୀତି ଅନୁସାରେ ଜନୈକ ମହିଳା ବିବାହ ହୋଇଥିଲେ ହେଲେ ବିବାହ ଦିନ ଠାରୁ ତାଙ୍କ ସ୍ଵାମୀ ଓ ପରିବାର ମିଶି ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଲେ । ସ୍ବାମୀ ଙ୍କ ପରିବାର ପକ୍ଷରୁ ନିର୍ଯ୍ୟାତନା ଅସହ୍ୟ ହେବାରୁ ବିବାହିତ ମହିଳା ଜଣକ ନିଜ ବାପାଙ୍କ ପରିବାର ସହିତ ସମାଜକୁ ଜଣାଇଲେ । ସମାଜରେ ନିଷ୍ପତ୍ତି ହେବା ପରେ ମଧ୍ୟ ମହିଳାଙ୍କ ଦୁଃଖ ସରିନଥିଲା। ତେଣୁ ବାଧ୍ୟ ହୋଇ ନିର୍ଯ୍ୟାତିତ ମହିଳା ଜଣକ ନ୍ୟାୟ ପାଇବା ପାଇଁ ପୁଲିସ ଏବଂ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ସମସ୍ତ ଘଟଣାକୁ ହୃଦୟଙ୍ଗମ କରି ମହିଳା ଙ୍କ ସପକ୍ଷରେ ନ୍ୟାୟ ଆଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନ ମିଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠାରେ ସଂପୃକ୍ତ ମହିଳା ଜଣକ ନିବେଦନ କରିଥିବା ଜଣାପଡିଛି । ତତ୍ ସହିତ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ସମେତ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ମହିଳା ଆୟୋଗ ଙ୍କ ବିହୀତ ପଦକ୍ଷେପ ନିମନ୍ତେ ମଧ୍ୟ ଜଣାଇଥିବା ନେଇ ଖବର ସଂଗ୍ରହରୁ ପ୍ରକାଶ ।
ଏଭଳି ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅର୍ନ୍ତଗତ ବଗାଡ ନିବାସୀ ଜିତେନ୍ଦ୍ର ସାହୁ ଙ୍କ ଝିଅ ପୂଜା ସାହୁ ଙ୍କ ଠାରେ ହୋଇଥିବା ବେଳେ ସେ ଉଚିତ୍ ନ୍ୟାୟ ନପାଇ ନିରାଶ ହୋଇଛନ୍ତି ଏବଂ ନ୍ୟାୟ ମିଳିନଥିବା ଯୋଗୁଁ ଜୀବନ ହାରିଦେବା ପାଇଁ ଇଚ୍ଛା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିବା ନିବେଦନ ପତ୍ରରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ,ମ.ରାମପୁର ଥାନା ଅର୍ନ୍ତଗତ କୁଶୁର୍ଲା ଗ୍ରାମର ଧର୍ମଧ୍ୱଜ ସାହୁ ଙ୍କ ସହିତ ପୂଜା ସାହୁ ଙ୍କ ମଧ୍ୟରେ ଗତ ୨୯/୦୧/୨୦୧୫ ରିଖରେ ବୈଦିକ ରୀତି ଅନୁସାରେ ବିବାହ ହୋଇଥିଲା । ହେଲେ ବିବାହ ଦିନ ଠାରୁ ହିଁ ପୂଜା ଙ୍କୁ ତାଙ୍କ ସ୍ଵାମୀ ଓ ପରିବାର ମିଶି ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୂଜା ପୁଲିସ ର ଦ୍ବାରସ୍ଥ ମଧ୍ୟ ହୋଇଥିବାରୁ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ମାମଲାଟି କୋର୍ଟ କୁ ଯାଇଥିଲା । ମାନ୍ୟବର ଜେଏମଏଫସି ପୂଜା ଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ କରିଥିଲେ । କୋର୍ଟ ଙ୍କ ନିର୍ଦେଶ ମତେ ସ୍ବାମୀ ଧର୍ମଧ୍ୱଜ ସାହୁ ସ୍ତ୍ରୀ ପୂଜା ସାହୁ ଙ୍କ ଭରଣ ପୋଷଣ ନିମନ୍ତେ ମାସିକ ୧୫ ହଜାର ଟଙ୍କା ଦେବା କଥା କିନ୍ତୁ ତାହା ଦେଇନଥିବା ଯୋଗୁଁ ମାନ୍ୟବର କୋର୍ଟ ପୂଜା ସାହୁ ଙ୍କ ସ୍ବାମୀ ଧର୍ମଧ୍ୱଜ ସାହୁ ଙ୍କ ବିପକ୍ଷରେ ଗତ ୧୪/୦୭/ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରି କେସିଙ୍ଗା ଓ ମ.ରାମପୁର ଥାନା ପୁଲିସ କୁ ଏଥି ନିମନ୍ତେ ନିର୍ଦେଶ ମଧ୍ୟ ଜାରି କରିଥିଲେ । କିନ୍ତୁ ୨ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ମାନ୍ୟବର କୋର୍ଟ ଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାରେ ପୁଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯିହାକି ଆଜି ପର୍ଯ୍ୟନ୍ତ ପୂଜା ସାହୁ ଙ୍କୁ ସ୍ବାମୀ ଙ୍କ ପକ୍ଷରୁ ଭରଣ ପୋଷଣ ଅର୍ଥ ମିଳି ପାରି ନାହିଁ କି ସ୍ବାମୀ ଧର୍ମଧ୍ୱଜ ସାହୁ ଙ୍କୁ ଗିରଫ କରାଯାଇ ନାହିଁ ବୋଲି ପୂଜା ଅଭିଯୋଗ କରିଛନ୍ତି । ମାନ୍ୟବର କୋର୍ଟ ଙ୍କ ନିର୍ଦେଶ ପରେ ମଧ୍ୟ ପୂଜା ସାହୁ ନ୍ୟାୟ ନପାଇ ନିରାଶ ହୋଇ ଶେଷରେ ନ୍ୟାୟ ପ୍ରଦାନ ମିଳିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ନିବେଦନ କରିଥିବା ଜଣାପଡିଛି । ଏନେଇ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଙ୍କୁ ପଚାରିବାରୁ ଧର୍ମଧ୍ୱଜ ସାହୁ ଙ୍କୁ ଗିରଫ କରିବା ପାଇଁ ମ.ରାମପୁର ଥାନା କୁ ନିର୍ଦେଶ ଯାଇଛି ବୋଲି କହିବା ସହିତ ଆମେ ମଧ୍ୟ ଧର୍ମଧ୍ୱଜ ସାହୁ ଙ୍କୁ ଖୋଜାଖୋଜି କରୁଛୁ ହେଲେ ସେ ନିଜ ଗାଁ ରେ ନଥିବା କଥା କହିଛନ୍ତି ।
କେସିଙ୍ଗା ରୁ ବିୟୁରୋ ରିପୋର୍ଟ ଷ୍ଟାରନିୟୁଜଓଡିଶା
What's Your Reaction?






