ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ସାମ୍ବିଧାନିକ ସମ୍ବିଳନୀ ସଭା ଅନୁଷ୍ଠିତ ।

ଭବାନୀପାଟଣା ,୧୮|୦୪( ଷ୍ଟାରନିଉଜ ଓଡିଶା ):ଆଜି ଶୁକ୍ରବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର" ସାମ୍ବିଧାନିକ ସମ୍ମିଳନୀ ସଭା" ଶିକ୍ଷକ ଭବନ, ଭବାନୀପାଟଣାଠାରେ ଆୟୋଜନ କରା ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ତଥା ଜିଲ୍ଲା ଶିକ୍ଷକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଧିରେନ୍ କୁମାର ପଟ୍ଟନାୟକ , ଜିଲ୍ଲା ସଭାପତି- ବୀରେନ ବାଗ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା କୋର କମିଟି ସଦସ୍ୟ - ଯୋଗେଶ୍ୱର ମିଶ୍ର , ତପନ ବେହେରା ,ସରୋଜ କୁମାର ପଣ୍ଡା, ଶ୍ରୀନିବାସ ଆଚାର୍ଯ୍ୟ , ଜିଲ୍ଲା ଯୁଗ୍ମ ସଂପାଦକ - ଉପେନ୍ଦ୍ର ପ୍ରଧାନ , ଜିଲ୍ଲା କୋଷାଧ୍ୟକ୍ଷ - ଶିବ ପ୍ରସାଦ ଦାଶ , ନର୍ଲା ବ୍ଲକ ସମ୍ପାଦକ- ଶ୍ରୀଯୁକ୍ତ ବଣ୍ଟି ଶର୍ମା , ଥିଆମୂଳ ରାମପୁର ବ୍ଲକ ସଭାପତି ଯଥା ଯୁବ ନେତା - ଶ୍ରୀଯୁକ୍ତ ଅଜିତ୍ ନାୟକ , ଜୁନାଗଡ ବ୍ଲକ ସଭାପତି - ଶ୍ରୀଯୁକ୍ତ ଲଲିତ ନେଗୀ , ସଂପାଦକ - ଶ୍ରୀଯୁକ୍ତ ଶାନ୍ତନୁ ମାଝୀ , ଜୟପାଟଣା ବ୍ଲକ ସଭାପତି - ଶ୍ରୀଯୁକ୍ତ ପ୍ରମୋଦ ଠାକୁର , ସଂପାଦକ -ଶ୍ରୀଯୁକ୍ତ ଲଲିତ ନାଏକ ,ଲାଞ୍ଜିଗଡ ବ୍ଲକ ସଭାପତି - ଶ୍ରୀଯୁକ୍ତ ପ୍ରମୋଦ ମହାନ୍ତି , ସଦର ବ୍ଲକ ଉପଦେଷ୍ଟା - ଶ୍ରୀଯୁକ୍ତ କଳ୍ପେଶ୍ୱର ପୁରୋହିତ , ସଦର ବ୍ଲକ ସଭାପତି - ଶ୍ରୀଯୁକ୍ତ ମଧୁ ସୁଦନ ପ୍ରଧାନ , ସଦର ବ୍ଲକ ସଂପାଦକ - ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ହୋତା , ପୂର୍ବତନ ଉପ ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବେହେରା ଯୋଗ ଦେଇ କାର୍ଯ୍ୟକ୍ରମଭାର ସମ୍ଭାଳି ଥିଲେ। ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ,ସର୍ବ ପ୍ରଥମେ ଶ୍ରୀ ଯୁକ୍ତ ହୋତା ଏବଂ ମଧୁ ନିଜର ଅଭିଭାଷଣ ରଖିଥିଲେ | ପର୍ଯ୍ୟାୟକ୍ରମେ ସମସ୍ତ ସମ୍ମାନିତ ଅତିଥି ଏଵଂ ମଞ୍ଚାସିନ ଅତିଥି ନିଜର ଅଭିଭାଷଣରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସଂଘ ତଥା ଜିଲ୍ଲା ସଂଘ ସଂପାଦକ ଶ୍ରୀଯୁକ୍ତ ଧିରେନ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଏହାପରେ ସମ୍ପାଦକ ଧୀରେନ୍ ନିଜର ଓଜସ୍ଵିନି ଅଭିଭାଷଣରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ବୃଦ୍ଧି, ଗ୍ରଡେସନ, ଶିକ୍ଷକ ବଦଳି ଭଳି ସମସ୍ୟାର ସମାଧାନ ପାଇଁ ସେ ଜୋରଦାର ପ୍ରୟାସ ଏବଂ ସମାଧାନ ବି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆଜିର ମୁଖ୍ୟ କାର୍ଯ୍ୟକ୍ରମ ଯଥା କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଅବଧି ପୂରଣ ହୋଇଯାଇଥିବା ହେତୁ ନୂତନ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଇଚ୍ଛୁକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଆମନ୍ତ୍ରଣ କରିଥିଲେ। ପରିଶେଷରେ ଉପସ୍ଥିତ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ହୋତା ଏବଂ ଶିକ୍ଷକ ମଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କ ଉପରେ ପୁନର୍ବାର ବିଶ୍ବାସ,ଆଶା ପ୍ରକଟ କରିବାରୁ ଶିକ୍ଷକ ହୋତା ଏବଂ ମଧୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହୋଇଥିବା ସଦସ୍ୟ ହେଲେ ବ୍ଲକ ସଭାପତି - ଶ୍ରୀଯୁକ୍ତ ମଧୁସୁଦନ ପ୍ରଧାନ ,ବ୍ଲକ ସଂପାଦକ - ଶ୍ରୀଯୁକ୍ତ ପ୍ରଦୁମ୍ନ କୁମାର୍ ହୋତା ,ଉପ ସଭପତି ଭାବରେ ଶ୍ରୀଯୁକ୍ତ ବେଣୁଧର ବିଶ୍ଵାଳ, ଶ୍ରୀମତୀ ବlସୁମତୀ ସାହୁ, ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ , ଶ୍ରୀମତୀ ସୁପ୍ରଭା ପଟ୍ଟନାୟକ ,ଯୁଗ୍ମ ସମ୍ପାଦକ /ସମ୍ପାଦିକା ଭାବରେ - ଶ୍ରୀଯୁକ୍ତ ଶଙ୍କର ବିଶି, ଶ୍ରୀଯୁକ୍ତ ପିତାମ୍ବର ସାହୁ,ଶ୍ରୀଯୁକ୍ତ ସାଧୁ ଚରଣ ମାଝୀ, ଶ୍ରୀଯୁକ୍ତ ମନୋଜ ପାତ୍ର, ଶ୍ରୀମତୀ ପୂର୍ଣ୍ଣିମା ଭୋଇ,ବ୍ଲକ କୋଷାଧ୍ୟକ୍ଷ - ଶ୍ରୀଯୁକ୍ତ କୁଞ୍ଜ ବିହାରୀ ମିଶ୍ର ମହୋଦୟ ,ବ୍ଲକ ସଂଯୋଜୋକ - ଶ୍ରୀଯୁକ୍ତ ଦୁଷ୍ମନ୍ତ ସାହୁ ନିର୍ବାଚିତ ହୋଇଥିଲେ | ଏହାପରେ ହୋତା ମହୋଦୟ ୨୪ଘଣ୍ଟା ୩୬୫ ଦିନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମସ୍ୟା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ,ତାଙ୍କ ଉପରେ ପୁନର୍ବାର ଭରଷା କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଥିଲେ। ପରିଶେଷରେ ସହଯୋଗ କରିଥିବା ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭାସାଙ୍ଗ କରିଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍
What's Your Reaction?






