ଜନକଲ୍ୟାଣ କାର୍ଯ୍ୟସବୁ ପାଇଁ ଚର୍ଚ୍ଚାରେ ଖଜୁରୀପଡା ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ।

କନ୍ଧମାଳ,୭l୪:ସବୁବେଳେ ଜନ କଲ୍ୟାଣ କାର୍ଯ୍ୟ ସବୁ କରି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଖଜୁରୀପଡା ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ।ଯେବେଠୁଁ ସେ ବ୍ଲକରେ ବିଡ଼ିଓ ଭାବେ ଯୋଗଦେଇଛନ୍ତି । ସବୁବେଳେ ଜନକଲ୍ୟାଣ କାର୍ଯ୍ୟସବୁ କରି ଚାଲିଛନ୍ତି । ସେ ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ କରି ଜନସାଧାରଣ ମାନଙ୍କ ସହିତ ମିଶି ସୁଖଦୁଃଖ ହେବା ସହ ସେମାନଙ୍କ ସମସ୍ୟା ସବୁ ପଚାରି ବୁଝିବା ସହିତ ତାର ସମାଧାନ ମଧ୍ୟ କରି ଚାଲିଛନ୍ତି ।ଖାଲି ସେତିକିରେ ସୀମିତ ନାହାଁନ୍ତି, ଛୁଟି ଦିନ ମାନଙ୍କରେ ମଧ୍ୟ ଅଫିସ କାର୍ଯ୍ୟସବୁ କରୁଛନ୍ତି ।ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡିର ବ୍ୟବହାର ନ କରି ଚାଲିଚାଲି ବୁଲୁଛନ୍ତି, ଏପରିକି ନିଜପାଇଁ ଜଳଖିଆ ଓ ମିଲ୍ସ ପାଇଁ ଯିବାକୁ ହେଲେ ପାଦ ଗମନ କରୁଛନ୍ତି । ଶିକ୍ଷାର ବିକାଶ ପାଇଁ ବ୍ୟକ୍ତିଗତ ଭାବେ ଜନସାଧାରଣ ତଥା ଛାତ୍ରଛାତ୍ରୀ ମାନଙ୍କୁ ଭେଟି ବୁଝାଉଛନ୍ତି । ବ୍ଲକର ବିଭିନ୍ନ ଆବାସିକ ବିଦ୍ୟାଳୟରେ ପହଂଚି ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜୀବନ ସହିତ ନୀତି ଆଦର୍ଶ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି ।ଛୁଟି ଦିନ ମାନଙ୍କରେ ବ୍ଲକର ବୈଠକ ଗୃହ, କଲ୍ୟାଣୀ ମଣ୍ଡପ ଆଦି ସ୍ଥାନକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଶିକ୍ଷାର ମହତ୍ୱ ଉପରେ ବୁଝାଉଛନ୍ତି । ବର୍ତମାନ ଖରାଦିନ ଚାଲିଥିବା ବେଳେ ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ସାଧାରଣ ଜ୍ଞାନ ଓ ଇଂରାଜୀ କହିବାର ଦକ୍ଷତା ବୃଦ୍ଧି ପାଇଁ ନିଜେ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ବିଭାଗୀୟ ଅଧିକାରୀ ମାନଙ୍କୁ ଲାଞ୍ଚ ନନେବା ପାଇଁ ପ୍ରବର୍ତ୍ତଉ ଥିବାବେଳେ ଜନସାଧାରଣ ମାନଙ୍କୁ ମଧ୍ୟ ଲାଞ୍ଚ ନଦେବା ପାଇଁ ଅନୁରୋଧ କରୁଛନ୍ତି । ଏଭଳି ଅନେକ ମହତ କାର୍ଯ୍ୟ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଦେଇଛି ।ତାଙ୍କର କାର୍ଯ୍ୟ କଳାପ ରେ ଖୋଜୁରୀପଡା ବ୍ଲକ ବାସୀ ବେଶ ଖୁସି ଥିବା ବେଳେ ତାଙ୍କୁ ପାଇ ଧନ୍ୟ ମନେ କରୁଛନ୍ତି । ବାସ୍ତବରେ ପ୍ରଶାସନିକ ଅଧିକାରୀ ହେବ ତ ଏମିତି । ତାଙ୍କର ଏଭଳି ମହତ କାମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।
What's Your Reaction?






