କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଉଦଘାଟିତ*

ଭବାନୀପାଟଣା,୧୯l୪ (ଷ୍ଟାରନିଉଜ ଓଡିଶା ):ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଉଦଘାଟିତ ହୋଇଯାଇଛି | ଚଳିତ ଏପ୍ରିଲ ୧୮ ଓ ୧୯ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବ କୃତୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଏପ୍ରିଲ ୩୦ ରେ ପୁରସ୍କୃତ କରାଯିବ ବୋଲି ଏକାଡେମୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ ଶିବରାମ ନାୟକ ସୂଚନା ଦେଇଛନ୍ତି | କଲେଜ ଛକ ଏସଵିଆଇ ବ୍ରାଞ୍ଚ ମ୍ୟାନେଜର ସୁମିତ ନାଗ, ସିନିଅର ନେସନାଲ ଅରବିଟର ରବୀନ୍ଦ୍ର ସାହୁ, କିସ କଳାହାଣ୍ଡି ମୁଖ୍ୟ ଦୁଷ୍ମନ୍ତ ପ୍ରଧାନ, ଶିକ୍ଷାବିତ୍ ଅରୁଣ ପାଣିଗ୍ରାହୀ, କଳାହାଣ୍ଡି ଚେସ ସଂଘ ସଭାପତି ହେମନ୍ତ ପାଣିଗ୍ରାହୀ ସମ୍ନାନିତ ଅତିଥି ରୂପେ ଉପସ୍ଥିତ ରହି ଚେସ ଛାତ୍ରଛାତ୍ରୀ ମାନଙ୍କ ଏକାଗ୍ରତା, ନିଷ୍ପତ୍ତି ନେବା ଶକ୍ତି ବିକଶିତ ହେବା ସହ ଚେସ ଖେଳ ହେଉଛି ମସ୍ତିସ୍କ ର ବ୍ୟାୟାମଶାଳ ବୋଲି ସମସ୍ତ ଅତିଥି ଗଣ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ଚେସ ଏକାଡେମୀ ର ଅଧ୍ୟକ୍ଷ ଡ଼. ନାୟକ ସଭା ପରିଚାଳନା କରିଥିଲେ ଓ ଏକାଡେମୀ ର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍
What's Your Reaction?






