କନ୍ଧମାଳରେ ଲଜ୍ୟା, ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ ।

Apr 18, 2025 - 10:54
 0  88
କନ୍ଧମାଳରେ ଲଜ୍ୟା, ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ  ।

କନ୍ଧମାଳ,୧୮l୪:କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଯା । ଜଣେ ୬ ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ପୋଲିସ ଦ୍ବାରା ଗିରଫ ହୋଇଛି ଜଣେ କାମ ପିପାସୁ ଯୁବକ । ଘଟଣାଟି ସାରା ଜିଲ୍ଲାରେ ବର୍ତମାନ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ । ତେବେ ଗିରଫ ହୋଇଥିବା ଯୁବକ ଜଣକ ଏହି ଗୋଛାପଡା ଥାନା ପାହିରେଜୁ ପଞ୍ଚାୟତ ଅଧୀନରେ ଥ‌ିବା ତରକଡ଼ି ଗାଁ ର ଅନନ୍ତ କୁଦେଇ (୩୧) ବୋଲି ଜଣାପଡିଛି।ସୂଚନା ଅନୁସାରେ ପୀଡିତା ନାବାଳିକା ଜଣକ ଏକୁଟିଆ ଘରେ ଥ‌ିବା ଦେଖି ଅଭିଯୁକ୍ତ ଯୁବକ ଜଣକ ବିସ୍କୁଟ କିଣିଦେବା ବାହାନାରେ ଘରୁ ଡାକି ନେଇ ଗାଁ ପାଖରେ ଥୂବା ଜଙ୍ଗଲ ରେ ଦୁଷ୍କର୍ମ କରିଥିଲା I ପୀଡିତା ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ସେହି ଜଙ୍ଗଲ ରେ ହିଁ ତାକୁ ଛାଡି ଚାଲିଯାଇଥିଲା । ପରେ ଘରେ ଝିଅ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ପ୍ରାୟ ଦୁଇଘଣ୍ଟା ପରେ ପାଖ ଜଙ୍ଗଲ ରେ ପୀଡିତା ନାବାଳିକା ଙ୍କୁ ପରିବାର ଲୋକେ ମୁମୁର୍ମୁ ଅବସ୍ଥା ରେ ପାଇଥିଲେ । ପରେ ନାବାଳିକା ଜଣକ ପରିବାର ଲୋକଙ୍କ ଆଗରେ ଘଟଣା ବିଷୟରେ କହିବା ପରେ ପୀଡିତା ଙ୍କ ମା ଗୋଛାପଡା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଘଟଣାକୁ ଗୁରୁତର ସହ ନେଇ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୮୮/୨୦୨୫ ରେ ଏକ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା ।

What's Your Reaction?

like

dislike

love

funny

angry

sad

wow