କେସିଙ୍ଗା ସିଟିଜେନ ଫୋରମର ମାସିକ ବୈଠକ ,ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ।

କେସିଙ୍ଗା ତା୧୮/୩/୨୫( ଷ୍ଟାରନିଉଜ ଓଡିଶା )କଳାହାଣ୍ଡି ଜିଲା କେସିଙ୍ଗା ସିଟିଜେନ ଫୋରମ ପକ୍ଷରୁ ମାସିକ ବୈଠକ କେସିଙ୍ଗା ସହର ସ୍ଥିତ ସରକାରୀ ହାଇସ୍କୁଲ ପରିସର ରେ ସିଟିଜେନ ଫୋରମ ର ସଭାପତି ଡ଼.ହେମସାଗର ସାହା ଙ୍କ ନେତୃତ୍ୱରେ ଏକ  ବୈଠକ କରା ଯାଇଥିଲା ।

Mar 19, 2025 - 17:20
 0  48
କେସିଙ୍ଗା ସିଟିଜେନ ଫୋରମର ମାସିକ ବୈଠକ ,ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ।

କେସିଙ୍ଗା ତା୧୮/୩/୨୫( ଷ୍ଟାରନିଉଜ ଓଡିଶା )କଳାହାଣ୍ଡି ଜିଲା କେସିଙ୍ଗା ସିଟିଜେନ ଫୋରମ ପକ୍ଷରୁ ମାସିକ ବୈଠକ କେସିଙ୍ଗା ସହର ସ୍ଥିତ ସରକାରୀ ହାଇସ୍କୁଲ ପରିସର ରେ ସିଟିଜେନ ଫୋରମ ର ସଭାପତି ଡ଼.ହେମସାଗର ସାହା ଙ୍କ ନେତୃତ୍ୱରେ ଏକ  ବୈଠକ କରା ଯାଇଥିଲା ।

ବୈଠକ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ପରେ ସଭାପତି ଡ଼, ହେମ ସାଗର ସାହା ସ୍ଵାଗତ ଭାସଣ  ଦେଇଥିଲେ ।ସମ୍ପାଦକ ବି ସି ଏସ ଆଚାରୀ ପୂର୍ବ ବୈଠକର ବିବରଣୀ ପଠନ କଳାପରେ ଦୃଢ଼ି କରଣ କରାଯାଇଥିଲା ।

ପରେ କେସିଙ୍ଗା ସହରରେ ଥିବା ସୂଚନା କେନ୍ଦ୍ର ସହରରେ  ମଧ୍ୟ ଭାଗରେ ଥିବା  ସୁଉଚ୍ଚ ତିନି ମହଲା କୋଠାରେ ଥିବାରୁ ସେଠାକୁ ବୃଦ୍ଧ ବୃଦ୍ଧା, ବିକଳାଙ୍ଗ,ସ୍କୁଲ ଛାତ୍ର ଛାତ୍ରୀ ପାହାଚରେ ଚଢ଼ି ପାଠାଗାରରେ ପଢ଼ି ପାରୁନାହାନ୍ତି ସେଥିପାଇଁ ଉକ୍ତ ସୂଚନା କେନ୍ଦ୍ର କୁ ଅନ୍ୟ ଯାଗାକୁ ସ୍ଥାନାନ୍ତରିତ କରିବା, ସହରରେ ଥିବା ଉଠା ଜଳସେଚନ ବିଭାଗ ଦୀର୍ଘ ବର୍ଷରୁ ଅଚଳ ଅବସ୍ଥାରେ ପଡ଼ିରହି କାର୍ଯ୍ୟାଳୟ ଭଗ୍ନ ଅବସ୍ଥାରେ ପଡ଼ିରହିଛି ପୁଣି କନିଷ୍ଠଯନ୍ତ୍ରୀ ଆସୁନଥିବାରୁ ଚାଷୀ ହଇରାଣ,ସହରର ୱାର୍ଡ ନ ୬ ରେ ଥିବା ମନ୍ଦିର ଛକ ର ଡ୍ରେନ ସଫା ନ ହେବା,ୱାର୍ଡ ନ ୯  ମାଝୀ ପଡ଼ା ର ଉନ୍ନତିକରଣ,କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ମେଡିସିନ ସ୍ପେୟେଲିଷ୍ଟ ଡାକ୍ତର ନିଯୁକ୍ତି,କେସିଙ୍ଗା ଅଞ୍ଚଲରେ ଏକ ଆଇଟିଆଇ ସ୍କୁଲ ସ୍ଥାପନ,ଯୋଲକୋ - ଟୁଟିଂ ଆର୍ଡିରାସ୍ତା ଚାରି ବର୍ଷ ବିତିଯାଇଥିଲେ ସୁଦ୍ଧା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା  ସେହି ରାସ୍ତା କୁ ଯଥାଶୀଘ୍ର ଅବଧି ମଧ୍ୟରେ ସାରିବା,କେସିଙ୍ଗା ରୁ ଭୁବନେଶ୍ୱର କୁ ସିଧା ଟ୍ରେନ ନ ଥିବାରୁ ଜନସାଧାରଣଙ୍କ ଅସୁବିଧା ଦୃଷ୍ଟି କୋଣରୁ ଯଥାଶୀଘ୍ର ଏକ ରାଜସ୍ଥାନୀ କୁ ସିଧା ଟ୍ରେନ୍,ସହରରେ ଟ୍ରାଫିକ ସମସ୍ୟା,ସହର ତଥା କେସିଙ୍ଗା ବ୍ଲକ ଅଞ୍ଚଲରେ ଚୋରି ବୃଦ୍ଧି, ଲଇତରା ପଞ୍ଚାୟତ ଆର୍ଡି ରାସ୍ତା ଠାରୁ କେସିଙ୍ଗା ଆର୍ ଡି ରାସ୍ତା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ରେ ସାମିଲ କରିବା ଆଦି ବିଷୟରେ ସଭ୍ୟ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏହି ବୈଠକ ରେ ହରିଶଙ୍କର ଭୋଇ,ରଞ୍ଜନ ପଣ୍ଡା,ରମେଶ ଜେନା,ଡମ୍ବରୁଧର ଭୋଇ,ବରୁଣ ପାତ୍ର,ରଙ୍ଗ ଲାଲ ଜୈନ,ନରେନ୍ଦ୍ର କୁମାର ବିର୍ତିଆ,ପ୍ରଦୀପ୍ତ କୁମାର ରଥ,ଘନଶ୍ୟାମ ବୁଦ୍ଧିଆ,ସହଦେବ ବୁଦ୍ଧିଆ,ବେଣୁଧର ମହଲା,ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow