ମେଦନା, ଠାକୁରାଣୀଙ୍କ କଳସ ଯାତ୍ରା ଉଦଯାପିତ ।

Apr 14, 2025 - 16:48
 0  151
ମେଦନା, ଠାକୁରାଣୀଙ୍କ କଳସ ଯାତ୍ରା ଉଦଯାପିତ ।

ଡାବୁଗାଁ,୧୪l୪ :ନବରଙ୍ଗପୁର ଜିଲ୍ଳା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ସଦରରେ ୯ ଦିନ ଧରି ଚାଲିଥିବା ମା ଠାକୁରାଣୀଙ୍କ ଘଟଯାତ୍ରା ଆଜି ଉଦଯାପିତ ହୋଇଯାଇଛି।ପ୍ରଥମ ଦିନରେ ଠାକୁରାଣୀ ମନ୍ଦିରରେ ଠାକୁରାଣୀ ପୂଜକ ଘାଷିରାମ ପୂଜାରୀଙ୍କ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ଠାକୁରାଣୀ ମନ୍ଦିର ଠାରୁ କଳସ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇଥିଲା।ପରେ ମେଦନା ତଥା ଆଖପାଖ ଅଞ୍ଚଳର ଘର ଘର ପରିକ୍ରମା କରି ମା ପୂଜା ପାଇଥିଲେ।ସେହିପରି ଯାତ୍ରା କମିଟି ତରଫରୁ ଲୋକ ମାନଙ୍କ ମନୋରଞ୍ଜନ ନିମନ୍ତେ ପ୍ରତେକ ଦିନ ଆଦିବାସୀ ନାଟକ ସବୁର ଆୟୋଜନ କରାଯାଇଥିଲା।ଶେଷ ଦିନରେ ଠାକୁରାଣୀଙ୍କ ମୁଖ୍ୟ ପୂଜକ ଘାଷିରାମ ପୂଜାରୀ କଳସ ମଣ୍ଡପ ଠାରେ ମା ଠାକୁରାଣୀଙ୍କ ଘଟକୁ ପାରମ୍ପରିକ ରୀତିନୀତି ଅନୁଯାଇ ପୂଜା କରିବା ପରେ କଳସ ମଣ୍ଡପ ଠାରୁ ମା ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆର ଯାଇଥିଲା।ଏହି ଶୋଭାଯାତ୍ରାରେ ଠାକୁରାଣୀଙ୍କ ଘଟ ସହ ମେଦନା ପଂଚାୟତ ସଦର ମହକୁମା ଆଖପାଖ ଅଞ୍ଚଳର ବିଭିନ୍ନ ଦେବଦେବୀଙ୍କ ପ୍ରତୀକ ଭାବେ ଲାଠି ପାଲିଙ୍କି ବିମାନ ଆଦି ସାମିଲ ହୋଇଥିଲେ।ଠାକୁରାଣୀ ମନ୍ଦିର ଠାରେ ଠାକୁରାଣୀଙ୍କ କଳସ ଓଲ୍ଲାଇବା ସମୟରେ ମା'ଙ୍କ ଶକ୍ତି ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା।ଶେଷରେ ଠାକୁରାଣୀ ମନ୍ଦିରରେ ଘଟ ଗୁଡିକୁ ଓଲ୍ଲାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିବା ପରେ ଉଦଯାପନ କରାଯାଇଥିଲା।ଶେଷ ଦିନରେ କଳସ ମଣ୍ଡପ ଠାରୁ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମାଇଥିଲେ।ମା ଠାକୁରାଣୀ କଳସୀଯାତ୍ରା କମିଟିର ସଦସ୍ୟ ଓ କର୍ମକର୍ତା ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଶଶୀଧର ମାଝୀ,ମା କଙ୍କାଲୁଣୀ ପୂଜାରୀ କମଳୁ ପୂଜାରୀ, କମିଟି ସଭାପତି କମଲୋଚନ ମାଝୀ, କୋଷାଦକ୍ଷ ଡାକୃଷି କଲାର, ଜୁଧେଷ୍ଟି ମାଝୀ, ମଧୁ କଲାର, କୁନା ମିର୍ଗାନ, ନୀଳକଣ୍ଠ ମେହେରା, ହିମା ପୂଜାରୀଙ୍କ ସମେତ ଗ୍ରାମର ଗାଉଟିଆ, ଗାଣ୍ଡା, ଚଲାନ ତଥା ଜନସାଧାରଣ ନଅଦିନ ଧରି ଚାଲିଥିବା ଏହି ଯାତ୍ରାରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଆଜି ଘଟଯାତ୍ରାକୁ ସମାପିତ କରିଥିଲେ |ଶେଷ ଦିନରେ କଳସୀ ମନ୍ଦିର ପ୍ରାଙ୍ଗଣରେ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା |ଆଖପାଖ ଅଞ୍ଚଳର ଜନସାଧାରଣ ମାଙ୍କ କଳସୀ ଯାତ୍ରା ଦେଖିବା ସହ କିଣାବିକାର ମଧ୍ୟ ମଜା ଉଠେଉଥିଲେ |ଜନସାଧାରଣ ମାନଙ୍କ ମନରଞ୍ଜନ ନିମିତ ରାତ୍ରିରେ ଦୁଇଟା ଦେଶିଆ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow