ବୋରଭଟା ଗ୍ରାମଠାରେ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଆରମ୍ଭ ।

କଳାହାଣ୍ଡି,୧୪l୪:ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧୀରେ ଧୀରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖୁବାକୁ ମିଳୁଛି । କେଉଁଠି ଗାୟତ୍ରୀ ମହାଯଜ୍ଞ ତ ଆଉ କେଉଁଠି କାଳୀ, ଭାଗବତ ପାରାୟଣ, ରାମାୟଣ ପାରାୟଣ,କୃଷ୍ଣ ମହାଯଜ୍ଞ ବାଲ୍ୟ ଲୀଳା ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରି ନାମ ସଂକିର୍ତନ ଅଖଣ୍ଡ ନାମଯଜ୍ଞ ଦେଖୁବାକୁ ମିଳୁଛି । ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ କାମଥନା ଗ୍ରାମ ପଞ୍ଚାୟତ ଅଧୀନ ବୋରଭଟା ଗ୍ରାମ ଯାଦବ ପଡ଼ା ଠାରେ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଅଖଣ୍ଡ ନାମଯଜ୍ଞ ୧୪.୦୪.୨୦୨୫ ସକାଳ ସାତ ଘଣ୍ଟା ସାତ ମିନିଟ୍ ରୁ ଶୁଭାରମ୍ଭ ହୋଇ ୧୫.୦୪.୨୦୨୫ ଦିନ ସକାଳ ସାତ ଘଣ୍ଟା ସାତ୍ ମିନିଟ୍ ସମୟରେ ପୂର୍ଣ୍ଣାହୂତି ହେବ।୧୩.୦୪.୨୦୨୫ ରବିବାର ଅପରାହ୍ନରେ ଅଖଣ୍ଡ ନାମଯଜ୍ଞ ପାଇଁ ଶୁଭ କଳସ ସ୍ଥାପନ କରାଯାଇଥିବା ବେଳେ କଳସ ଯାତ୍ରା ମହା ଆଡମ୍ବର ସହକାରେ କରାଯାଇଥିଲା। ଏହି ନାମ ଯଜ୍ଞରେ ବୋରଭଟା ଯାଦବ ପଡ଼ା, ବୋରଭଟା ମାଝୀପଡ଼ା,ଭଙ୍ଗାବାରୀ, ଦସ ପୁର, କର୍ଲାକୋଟ ଓ ବୁଢ଼ୀ ପଦର ମହିଳା ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ନାମ ସଙ୍କୀର୍ତ୍ତନ ପରିବେଷଣ କରୁଛନ୍ତି। ଯଜ୍ଞ କର୍ତ୍ତା ଭାବେ ସପତ୍ନୀକ ରଥୁରାମ ବାଗ ଓ ଶ୍ରୀମତି କୁମୁଦିନୀ ବାଗ କାର୍ଯ୍ୟ ନିର୍ବାହ କରୁଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା
What's Your Reaction?






