କାଳବୈଶାଖୀରେ ଉପୁଡ଼ିଲା ଗଛ ଶିରାଗୁଡା ସାହି ରାସ୍ତା ଅବରୋଧ

ଝରିଗାଁ,୧୮l୪(ଷ୍ଟାର ନିୟୁଜ ଓଡ଼ିଶା): କାଳବୈଶାଖୀ ପ୍ରଭାବରେ ଝରିଗାଁ ବ୍ଲକର ଶିରାଗୁଡା ସାହି ଠାରେ ଗଛ ଉପୁଡ଼ି ଯାଇ ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଫଳରେ ଏହି ରାସ୍ତା ଦେଇ ପ୍ରାୟ ୧ଘଣ୍ଟା ଧରି ଯାତାୟାତ ଠପ୍ ହୋଇଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ପ୍ରଭାବରେ ଝରିଗାଁ ବ୍ଲକ ସଦର ମହକୁମା ଠାରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ପ୍ରବଳ ବେଗରେ ପବନ ବୋହିବାରୁ ଶିରାଗୁଡା ସାହି ନିକଟରେ ଗୋଟିଏ ଗଛ ମୂଳରୁ ଉପୁଡ଼ି ଯାଇ ରାସ୍ତା ଉପରେ ପଡ଼ି ଯାଇଥିଲା। ଫଳରେ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଏ ନେଇ ଖବର ପାଇବା ପରେ ଝରିଗାଁ ଅଗ୍ନିଶମ ବିଭାଗର ଅଧିକାରୀ ଭୋଳାନାଥ ମାଝୀଙ୍କ ନେତୃତ୍ୱରେ କର୍ମଚାରୀ ପ୍ରଶାନ୍ତ ସାହୁ, ଡୋଳାମଣି ମାଝୀ, ଅଜିତ ଭୋଇ, ପଦ୍ମନ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






