କର୍ସାହାଣ୍ଡି ବିଜେପି କାର୍ଯ୍ୟାଳୟ ଠାରେ ସକ୍ରିୟ ସଦସ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ |

Apr 17, 2025 - 19:11
 0  38
କର୍ସାହାଣ୍ଡି ବିଜେପି କାର୍ଯ୍ୟାଳୟ ଠାରେ ସକ୍ରିୟ ସଦସ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ |

ଝରିଗାଁ,୧୭l୪ (ଷ୍ଟାର ନୀୟୂଜ ):ଝରିଗାଁ ନିର୍ବାଚନ ମଣ୍ଡଳୀର କର୍ସାହାଣ୍ଡି ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆଜି ବିଜେପିର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ସାଂସଦ ପ୍ରତିନିଧି ତଥା ଝରିଗାଁ ବିଧାନ ସଭାର ସଂଯୋଜକ ଚନ୍ଦ୍ରଭାନୁ ନାୟକଙ୍କ ଆୟୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସମ୍ପାଦକ ରମେଶ ସାହୁ, ପୂର୍ବତନ ଜିଲ୍ଲା ସଭାପତି ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ଜୈନ,ଆଦିବାସୀ ମୋର୍ଚା ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ମାଝୀ, କୃଷକ ମୋର୍ଚା ରାଜ୍ୟ ସଦସ୍ୟ ଜଗଦିଶ କଲାର, ରାଜ୍ୟ ଏସ ଟି ମୋର୍ଚା ସମ୍ପାଦିକା ବାସନ୍ତୀ ମାଝି ,କୃଷକ ମୋର୍ଚା ଜିଲ୍ଲା ସଭାପତି ସୁନା ମାଝୀଙ୍କ ସମେତ ସମସ୍ତ ବ୍ଲକ ସଭାପତି,ମଣ୍ଡଳ ସଭାପତି, ପଂଚାୟତ ସଭାପତି ଏବଂ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜେପିର ସକ୍ରିୟ ସଦସ୍ୟମାନେ ମଞ୍ଚାସିନ ରହିଥିଲେ |କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ ଭାରତ ମାତା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ସ୍ୱାମା ପ୍ରସାଦ ମୁଖାର୍ଜୀଙ୍କ ଫୋଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଦେଶ ବନ୍ଦନା ଗାନ କରାଯାଇଥିଲା |ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ମଞ୍ଚ ପରିଚାଳନା କରି ଭାରତୀୟ ଜନତା ପାର୍ଟିର ଗଠନ, ଉଦେଶ୍ୟ,ଲକ୍ଷ୍ୟ ଓ ନୀତି ଆଦର୍ଶ ଉପରେ ବିସ୍ତୃତ ଭାବେ ନିଜ ଅବିଭାଷଣ ରଖିଥିଲେ ଓ ସଂଘଠନକୁ ବିସ୍ତାର କରିବାକୁ ଉପସ୍ଥିତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ |ରାଜ୍ୟ ସମ୍ପାଦକ ରମେଶ ସାହୁ ମଧ୍ୟ ନିଜ ଅବିଭାଷଣରେ ବିଜେପିର ସାଙ୍ଘଠନିକ ବ୍ୟବସ୍ଥା, କାର୍ଯ୍ୟ ପଦ୍ଧତି, ପ୍ରସ୍ତୁତି ଓ ସମୀକ୍ଷା ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ଝରିଗାଁ ବିଧାୟକ ନରସିଂହ ଭତରା ନିଜ ଅବିଭାଷଣରେ ବିଜେପି ସରକାରର ସଂଘଠନ ଓ ମୋଦି ସରକାର ଓ ମୋହନ ମାଝୀ ସରକାରର ଉପଲବ୍ଧି ଉପରେ ନିଜ ବକ୍ତବ୍ୟ ରଖିଥିଲେ |ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ମଧ୍ୟ ନିଜ ଅବିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ବିକଶିତ ଭାରତ ତଥା 11ବର୍ଷର ରାଜନୈତିକ ଯାତ୍ରା ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଵା ସହିତ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ସିଦ୍ଧାନ୍ତ ଓ ନେତୃତ୍ୱ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ |ଶେଷରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ|

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow