କନ୍ଧମାଳ ବହୁ ଚର୍ଚ୍ଚିତ ଗୁମାଗଡ଼ ଅଗ୍ନି ଦଣ୍ଡନାଚ

କନ୍ଧମାଳ ବହୁ ଚର୍ଚ୍ଚିତ ଗୁମାଗଡ଼ ଅଗ୍ନି ଦଣ୍ଡନାଚ

Apr 6, 2025 - 16:45
 0  20
କନ୍ଧମାଳ ବହୁ ଚର୍ଚ୍ଚିତ ଗୁମାଗଡ଼ ଅଗ୍ନି  ଦଣ୍ଡନାଚ

ଫୁଲବାଣୀ - କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ପ୍ରସିଦ୍ଧ ମା ଭୈରବୀ ଅଗ୍ନି ଦଣ୍ଡନାଚ । ଏହି ଦଣ୍ଡ ମୁଖ୍ୟ ଆକର୍ଷଣ ହେଲା ଏଥିରେ ଅଂଶ ଗ୍ରହଣ କରିଥିବା ସେବାୟତ ଦଣ୍ଡୁଆ ମାନେ ଅଗ୍ନି ରେ ଚାଲନ୍ତି ।  ଏହି ଅଗ୍ନି ଦଣ୍ଡ ଅଗ୍ନି ଗୁରୁ ତଥା ଦଣ୍ଡ ନୃତ୍ୟ ର ମୁଖ୍ୟ ଓ ପାଟଭୁକ୍ତା ବିମଳ ପାତ୍ର ଙ୍କ ନେତୃତ୍ୱରେ ଗତ ମାର୍ଚ୍ଚ ୨୮ ତାରିଖ ଠାରୁ ଦଣ୍ଡ ନୃତ୍ୟ ଆସନ୍ତା ପଣା ସଂକ୍ରାନ୍ତି ପୂର୍ବ ଦିନ ମାସନ୍ତ ଦିନ ଅଗ୍ନି ଦଣ୍ଡନାଚ ର ମେରୁ ପର୍ବ ହୁଏ । ମୋଟ ୨୦୦ ରୁ ଉର୍ଦ୍ଧ ଗୁହାରିଆ ଭକ୍ତ ଦେଖିବାକୁ ମିଳିଛି । ଏହି ଅଗ୍ନି ଦଣ୍ଡ ରେ ମାଁ ଭୈରବୀ ଓ ମାଁ ବାଉରୀ ଦେବୀ ଙ୍କ ସହିତ ମହାଦେବ ପୂଜା ପାଆନ୍ତି । ଦିର୍ଘ ୧୭ ଦିନ ଧରି ଅଗ୍ନି ରେ ଚାଲିବାର ପରମ୍ପରା ଦେଖିବାକୁ ମିଳିଛି ‌ । ଗତ ୨୮ ତାରିଖ ଠାରୁ ଏହି ଅଗ୍ନି ଦଣ୍ଡ ପର୍ବ ଆରମ୍ଭ ହୋଇଥିବା ବେଳେ ଅଞ୍ଚଳରେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ପର୍ବ କୁ ୧୭ ଦିନ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ବିଶ୍ଵାସ ସହ ଜଡ଼ିତ ଏହି ୧୭ ଦିନ ପର୍ଯ୍ୟନ୍ତ ସ୍ୱଚ୍ଛ ଆହାର ଗ୍ରହଣ କରୁଥିବା ବେଳେ ଦଣ୍ଡୁଆ ମାନେ ଗୋଟି ଓଳି ଅରୁଆ ଭୋଜନ ସହ କେବଳ ନବାତ ପଣା ଗହଣ କରି ଗାଁ ଗାଁ ରେ ଅଗ୍ନି ଦଣ୍ଡ ଯାତ୍ରା ସହ ବିଭିନ୍ନ ପାରମ୍ପାରିକ ନେଇ ଦଣ୍ଡନାଚ ପରିବେଷଣ କରିଥାନ୍ତି । ଅନ୍ୟ ପୂଜାରୀ ଙ୍କ ମଧ୍ୟ ରେ ଦଣ୍ଡ ଗୁରୁ ମନୋଜ ନାୟକ ଦଣ୍ଡନାଚ କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିବାର ରେ ଅଗ୍ନି ଗୁରୁ ବିମଳ ପାତ୍ର ଙ୍କୁ ସାହାଯ୍ୟ କରିଥାନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow